Odisha Link
Bridging the Missing Links in Odisha

କୋରେଇ ଟ୍ରେନ୍‌ ଦୁର୍ଘଟଣା : ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍‌ରେ ମାଲବାହୀ ଟ୍ରେନ୍‌ଟି କୋରେଇ ଷ୍ଟେସନରେ ପଶିଥିଲା। ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ ୬ଟି ବଗି ଚାଲି ଯାଇଥିଲା।

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ଯାଜପୁ ଜିଲ୍ଲା କୋରେଇ ରେଳ ଷ୍ଟେସନରେ ମର୍ମନ୍ତୁଦ ଦୁର୍ଘଟଣା। କୋରେଇ ଯାତ୍ରା ବିଶ୍ରାମଗାର ଭିତରକୁ ପଶିଗଲା ମାଲବାହୀ ଟ୍ରେନ୍। ଲାଇନ୍‌ଚ୍ୟୁତ୍‌ ହେବାରୁ ପ୍ରାୟ ୧୦ଟି ବଗି ପଶିଆସିଥିଲା। ଯାହାଫଳରେ ଯାତ୍ରୀ ବିଶାମ୍ରଗାରଟି ଭୁଶୁଡ଼ି ପଡ଼ିବା ସହ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍‌ରେ ମାଲବାହୀ ଟ୍ରେନ୍‌ଟି କୋରେଇ ଷ୍ଟେସନରେ ପଶିଥିଲା। ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ ୬ଟି ବଗି ଚାଲି ଯାଇଥିଲା। ଏହାପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା।

ଉକ୍ତ ସମୟରେ ସେଠାରେ ବହୁ ଲୋକ ବିଶ୍ରାମ ନେଉଥିବା ବେଳେ ବହୁ ଲୋକ ଟ୍ରେନ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଟ୍ରେନ୍‌ଟି ମାଡ଼ି ଆସିବା ଦେଖି ବହୁ ଲୋକ ଛତ୍ରଭଙ୍ଗ ଦେଖି ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ଟ୍ରେନ୍‌ ବଗି ତଳେ ଚାପି ହୋଇ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ମହିଳା ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ସେମାନଙ୍କୁ ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ, ଏଭଳି ଦୁର୍ଘଟଣା ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ବିଟ୍‌ କରି କହିଛନ୍ତି, ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇ ହୋଇଥିବା ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

https://twitter.com/Naveen_Odisha/status/1594528249002196993?s=20&t=_HH5Si3vnZOY9ljDZoXjOg

ସୂଚନାନୁସାରେ, ମାଲବାହୀ ଗାଡି ଖାଲି ଥିଲା, ଦୁର୍ଘଟଣା କେମିତି ହେଲା ତାହାର କାରଣ ଜଣାପଡିନି। ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ଉପସ୍ଥିତ ରହିଛନ୍ତି। ମୃତକଙ୍କ ପରିବାରକୁ ରେଳ ବିଭାଗ ପକ୍ଷରୁ କ୍ଷତିପୂରଣ ଦିଆଯିବ। ମେନ୍ ଲାଇନ୍ ଥିବାରୁ ଅନେକ ଟ୍ରେନ୍ ପ୍ରଭାବିତ ହୋଇଛି। ପୂର୍ବ ଷ୍ଟେନରେ ଟ୍ରେନ୍ ଅଟକି ଥିବାରୁ ଡାଇଭର୍ଟ କରାଯାଇଛି। ଘଟଣାର ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ।

Leave A Reply

Your email address will not be published.