Odisha Link
Bridging the Missing Links in Odisha

ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜ୍ୟର ୩ ଜିଲ୍ଲା

ବିସ୍ପୋରଣ ଶବ୍ଦ ଶୁଣି ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ସୂଚନା ମିଳିଛି

ଓଏଲ୍ ବ୍ୟୁରୋ: ଭୟରେ ଥରିଲେ ଲୋକମାନେ। ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ଯାଜପୁର, କେନ୍ଦୁଝର ଓ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ।

୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି। ବିସ୍ପୋରଣ ଶବ୍ଦ ଶୁଣି ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ସୂଚନା ମିଳିଛି। କେଉଁ କାରଣରୁ ଏଭଳି ଶବ୍ଦ ହେଲା ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ଲୋକମାନେ ଭୟବିତ୍ତ ଥିବାର ସୂଚନା ମିଳିଛି। ଏହି ଶବ୍ଦ ମୃଦୁ ଭୂମିକମ୍ପ ହୋଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.