Odisha Link
Bridging the Missing Links in Odisha

ନକଲି ସାର୍ଟିଫିକେଟ ମାମଲା, ବୋର୍ଡ କର୍ମଚାରୀ ଗିରଫ

ସୁଇପର ସୁପର ଭାଇଜର ଭ୍ରମରର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ। ୪୫ ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି OSSTET ସାର୍ଟିଫିକେଟ ବିକ୍ରି କରିଥିବାର ସୂଚନା।

ଓଏଲ୍ ବ୍ୟୁରୋ: ନକଲି ସାର୍ଟିଫିକେଟ ବିକ୍ରି କରି ବନ୍ଧା ହେଲେ ବୋର୍ଡ କର୍ମଚାରୀ। ସୁଇପର ସୁପର ଭାଇଜର ଭ୍ରମରର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ। ୪୫ ହଜାର ଟଙ୍କାରେ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି OSSTET ସାର୍ଟିଫିକେଟ ବିକ୍ରି କରିଥିବାର ସୂଚନା।

ବ୍ୟକ୍ତି ଜଣକ ସାର୍ଟିଫିକେଟ ନକଲି ଜାଣିଲା ପରେ ବୋର୍ଡକୁ ଅବଗତ କରାଇଥିଲେ। ବୋର୍ଡ ଏହି ନକଲି ସାର୍ଟିଫିକେଟ କଥା ଜାଣିବାପରେ କଟକ ମଙ୍ଗଳାବାଗ ଥାନାକୁ ଏହି ଘଟଣାର ତଦନ୍ତ ପାଇଁ ଚିଠି ଲେଖିଥିଲେ। ଏହି ନକଲି ସାର୍ଟିଫିକେଟ ଘଟଣାକୁ କେନ୍ଦ୍ର କରି ପୋଲିସ ତଦନ୍ତ କରିଥିଲା। ତଦନ୍ତ କରିବାପରେ ସୁଇପର ସୁପର ଭାଇଜର ଭ୍ରମରର ବର ନାୟକଙ୍କୁ ଗିରଫ କରିଥିଲା ପୋଲିସ। ଏହିଭଳି ଅନେକ ନକଲି ସାର୍ଟିଫିକେଟ ସୁଇପର ସୁପର ଭାଇଜର ଭ୍ରମରର ବର ନାୟକ ବିକ୍ରି କରିଥିବା ପୋଲିସ ସନ୍ଦେହ କରୁଛି।

Leave A Reply

Your email address will not be published.