Odisha Link
Bridging the Missing Links in Odisha

କାଲିଠୁ ବିଧାନସଭା ଶୀତ ଅଧିବେଶନ

ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଥିବାବେଳେ ଚାଷୀ ଓ ଅନ୍ୟ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିପାରନ୍ତି ରାଜ୍ୟ ସରକାର।

ଓଏଲ୍ ବ୍ୟୁରୋ: ବିଧାନସଭାରେ କାଲିଠୁ ହେବ ଶୀତ ଅଧିବେଶନ। ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଥିବାବେଳେ ଚାଷୀ ଓ ଅନ୍ୟ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିପାରନ୍ତି ରାଜ୍ୟ ସରକାର।

ବିଜେପି ଉଠାଇବ ଅର୍ଚ୍ଚନା, ଧର୍ମେନ୍ଦ୍ର ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ପ୍ରସଙ୍ଗ। ଏହାସହ ଚାଷ ଓ ଚାଷୀଙ୍କ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ଦଳ। ଏ ସବୁ ପ୍ରସଙ୍ଗରେ କମ୍ପିବ ବିଧାନସଭା ଶୀତ ଅଧିବେଶନ। ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସର ରଣନୀତିକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ କରୁଛି। କେନ୍ଦ୍ର ଅବହେଳାକୁ ନେଇ ଅଡ଼ୁଆରେ ପଡ଼ିଥିବା ଶାସକ ଦଳ ବିଭିନ୍ନ ପ୍ରସଙ୍ଗ କରିପାରେ।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ଏ ଦାବିରେ କୌଣସି ଦମ ନଥିବାବେଳେ ନିର୍ବାଚନ ଆସିଲେ ଏମିତି ବାହାନା ହୁଏ ବୋଲି ମତ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ଇଡି ତଦନ୍ତରେ ସମସ୍ତେ ସହଯୋଗ କରିବା ଉଚିତ। ବିଧାନସଭାରେ ଚାଷୀ ପ୍ରସଙ୍ଗ ହିଁ ମୁଖ୍ୟ ପ୍ରସଙ୍ଗ ହେବା ଦରକାର ଏବଂ ବର୍ତ୍ତମାନ କ୍ଷେତରେ ପାଣି ନାହିଁ। ଧାନବିକ୍ରି ହୋଇନଥିବାବେଳେ କଲେକ୍ଟରମାନେ ମନମାନି କରିଛନ୍ତି । ଅନେକ ପ୍ରସଙ୍ଗ ନେଇ କାଲିଠୁ ଗୃହ କମ୍ପିବ।

Leave A Reply

Your email address will not be published.