Odisha Link
Bridging the Missing Links in Odisha

ଏନଆଇଏ ଜାଲରେ କୋର୍ଟ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ

ଦିଲ୍ଲୀକୁ ଫେରିଲାବେଳେ ଷଡ଼ଯନ୍ତ୍ରକାରୀ ହରପ୍ରିତକୁ ସିଧାସଳଖ ବିମାନବନ୍ଦରରୁ ଏନଆଇଏ ଗିରଫ କରିଥିବାର ଖବରରୁ ଜଣା ପଡ଼ିଛି।

ଓଏଲ୍ ବ୍ୟୁରୋ : ଗିରଫ ହେଲା କୋର୍ଟ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ ହରପ୍ରିତ ସିଂହ। ଷଡ଼ଯନ୍ତ୍ରକାରୀ ହରପ୍ରିତକୁ ଲୁଧିଆନା କୋର୍ଟ ବିସ୍ଫୋରଣର ପ୍ରାୟ ୧୧ ମାସ ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି।

ପୂର୍ବରୁ ବିସ୍ଫୋରଣକାରୀକୁ ଧରିବା ପାଇଁ ୧୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଲୁଧିଆନା କୋର୍ଟ ବିସ୍ଫୋରଣକାରୀ ଅଭିଯୁକ୍ତ ବିସ୍ଫୋରଣ ପରଠୁ ନିଖୋଜ ଥିଲା। ସୂଚନା ମୁତାବକ ବିସ୍ଫୋରଣ ପରେ ସଂପୃକ୍ତ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀ ହରପ୍ରିତ ଦେଶ ବାହାରକୁ ଚାଲିଯାଇଥିଲା। ଦିଲ୍ଲୀକୁ ଫେରିଲାବେଳେ ଷଡ଼ଯନ୍ତ୍ରକାରୀ ହରପ୍ରିତକୁ ସିଧାସଳଖ ବିମାନବନ୍ଦରରୁ ଏନଆଇଏ ଗିରଫ କରିଥିବାର ଖବରରୁ ଜଣା ପଡ଼ିଛି।

Leave A Reply

Your email address will not be published.