Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ କରିବେ ରାଲି, ଆଜି ବିଦ୍ୟାଳୟ ବନ୍ଦ

ରାଲି ପରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ରାଲିରେ ଭିଡ ପାଇଁ ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି

ଓଏଲ୍ ବ୍ୟୁରୋ : ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କରିବେ ରାଲି। ରାଲି ପାଇଁ ଜିଲ୍ଲାର ସବୁ ବିଦ୍ୟାଳୟ ଆଜି ପାଇଁ ବନ୍ଦ। ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ ଏଭଳି ଖବର ଶୁଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକସଭା ଉପନିର୍ବାଚନ ପାଇଁ ଆଜି ମୈନପୁରୀରେ ରାଲି କରିବେ।

ରାଲି ପରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ରାଲିରେ ଭିଡ ପାଇଁ ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି। ସେଠାକାର ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଚିଠି ଲେଖି ପ୍ରତି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରିଥିବା ସହ ରାଲି ଯୋଗୁଁ ରାସ୍ତା ଭିଡ ରହିବ ବୋଲି କହିଛନ୍ତି। ଭିଡ଼ ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ୟା ଭୋଗିବେ। ତେଣୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ଆଜି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ନିରୀକ୍ଷକ।

Leave A Reply

Your email address will not be published.