Odisha Link
Bridging the Missing Links in Odisha

ପଦ୍ମପୁର ଜନାଦେଶ :ବିଜେଡି ଆଗରେ, ବିଜେପି ପ୍ରାର୍ଥୀ ପଛୁଆ

ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ଥିବାରୁ ବିଜେଡିର ବିଜୟ ହେବା ଆକଳନ କରାଯାଉଛି।

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ଜାରି ରହିଛି ଭୋଟ ଗଣତି। ପ୍ରଥମ ରାଉଣ୍ଡରୁ ବର୍ଷା ସିଂ ବରିହା ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଥିବାବେଳେ ରାଉଣ୍ଡ ପରେ ରାଉଣ୍ଡ ଗଣତି ଜାରି ରହିଛି। ମୋଟ ୨୩ଟି ରାଉଣ୍ଡ ହେବାକୁ ଥିବାବେଳେ ୧୮ଟି ରାଉଣ୍ଡ ଶେଷ ହୋଇଛି।

୧୮ ରାଉଣ୍ଡରେ ବିଜେଡିକୁ ୯୪୭୫୭ ଓ ବିଜେପିକୁ ୬୨୧୯୦ ଏବଂ କଂଗ୍ରେସକୁ ୨୯୩୭ ଖଣ୍ଡ ଭୋଟ ମିଳିଛି। ପ୍ରଥମରୁ ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ଥିବାରୁ ବିଜେଡିର ବିଜୟ ହେବା ଆକଳନ କରାଯାଉଛି। ଦଶମ ରାଉଣ୍ଡକୁ ବିଜେଡି ୫୪୧୭୩ ଓ ବିଜେପି ୩୪୭୪୮ ଏବଂ କଂଗ୍ରେସ ୧୯୯୨ ଭୋଟ ହାତେଇଥିଲା। ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯,୪୫୨ ଭୋଟରେ ଆଗୁଆ ରହିଥିବାର ସୂଚନା ରହିଥିଲା।

Leave A Reply

Your email address will not be published.