Odisha Link
Bridging the Missing Links in Odisha

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନିର୍ମଳା ସୀତାରମଣ

୨୦୨୨ରେ ପୁଣି ଲଗାତାର ଭାବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ

ଓଏଲ୍ ବ୍ୟୁରୋ : ପୁଣିଥରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ। ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା। ଫୋବର୍ସ ପକ୍ଷରୁ ହୋଇଥିବା ତାଲିକାରେ ୩୬ତମ ସ୍ଥାନରେ ରହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ପୂର୍ବରୁ ୨୦୧୯ରେ ନିର୍ମଳା ସୀତାରମଣ ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକାର ୩୪ତମ, ୨୦୨୦ରେ ୪୧ତମ ଏବଂ ୨୦୨୧ରେ ୩୭ତମ ସ୍ଥାନ ଅଧିକାର କରିଥିଲେ। ୟୁରୋପୀୟ ସଂଘର ମୁଖ୍ୟ ଉର୍ସୁଲା ଭାନ୍‌ ଡେର୍‌ ଲେୟେନ୍‌ ବିଶ୍ୱର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ୨୦୨୨ରେ ପୁଣି ଲଗାତାର ଭାବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ପାଇଥିବାରୁ ନିର୍ମଳାଙ୍କୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ପବ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.