Odisha Link
Bridging the Missing Links in Odisha

ଶିମିଳିପାଳ ହାତୀ ମୃତ୍ୟୁ ଘଟଣା : ହାଇକୋର୍ଟ ଅସନ୍ତୋଷ ପ୍ରକାଶ କଲେ

ପିସିସିଏଫ କହିଛନ୍ତି ହାତୀ ମୃତ୍ୟୁ ଘଟଣାରେ ୩ ଜଣ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବାସହ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ଓଏଲ୍ ବ୍ୟୁରୋ : ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ହାଇକୋର୍ଟରେ ଶୁଣାଣି। ଶିମିଳିପାଳ ହାତୀ ମୃତ୍ୟୁ ଘଟଣା ପାଇଁ ହାଇକୋର୍ଟ ପିସିସିଏଫ ଓ ଜେଟିଏଫଙ୍କୁ ଭର୍ତ୍ସନା କଲେ।କୋର୍ଟରେ ପିସିସିଏଫ ସ୍ୱୀକାର କଲେ ହାତୀକୁ ବନ କର୍ମଚାରୀ ମାରିଛନ୍ତି।

ପିସିସିଏଫ ସ୍ୱୀକାର ପରେ ହାତୀ ସୁରକ୍ଷା କରିଡର ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ କୋର୍ଟ ଏବଂ ଏହାର ତୁରନ୍ତ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନା ମୁତାବକ ପିସିସିଏଫ କହିଛନ୍ତି ହାତୀ ମୃତ୍ୟୁ ଘଟଣାରେ ୩ ଜଣ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବାସହ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ହାତୀ ମୃତ୍ୟୁ ମାମଲାରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କେଉଁ କାରଣ ପାଇଁ ଏଫଆଇଆର ହୋଇନଥିବା ପ୍ରଶ୍ନ ରଖିଲେ କୋର୍ଟ। ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ କୋର୍ଟରେ ହେବ।

Leave A Reply

Your email address will not be published.