Odisha Link
Bridging the Missing Links in Odisha

ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ

ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ଏକ ସଂଗେ ରିମାଣ୍ଡରେ ନେଇ ସତ ବାହାର କରିପାରେ ଇଡି।

ଓଏଲ୍ ବ୍ୟୁରୋ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଲେଡି ବ୍ଲାକମେଲର ଓ ତାଙ୍କ ସ୍ୱାମୀ ଆଜି କୋର୍ଟରେ ହାଜର ହେବେ। ଇଡିର ୭ଦିନିଆ ରିମାଣ୍ଡ ଗତକାଲି ଶେଷ ହୋଇଥିବାବେଳେ ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା। ପୁଣି ଥରେ ଅର୍ଚ୍ଚନାଙ୍କୁ ଇଡି ନେଇପାରେ ରିମାଣ୍ଡରେ।

ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ଆଜିଠାରୁ ରିମାଣ୍ଡରେ ନେବ। ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ଏକ ସଂଗେ ରିମାଣ୍ଡରେ ନେଇ ସତ ବାହାର କରିପାରେ ଇଡି। ଜଗବନ୍ଧୁ ଗିରଫଦାରୀ ଆଶଙ୍କାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଲେଡି ବ୍ଲାକମେଲର ଅର୍ଚ୍ଚନା ପୂର୍ବରୁ କୋର୍ଟରେ ହାଜର ବେଳେ ଅନେକ ବୟାନ ରଖିଥିଲେ ଗଣମାଧ୍ୟମ ସାମ୍ନାରେ। ଇଡିକୁ ତଦନ୍ତରେ ସାହାଯ୍ୟ କରିବାକୁ କହିଥିଲେ ଅର୍ଚ୍ଚନା। ହେଲେ ଖବରରୁ ଯାହା ଜଣାପଡିଛି ଅର୍ଚ୍ଚନା ଇଡିକୁ ତଦନ୍ତ ପାଇଁ ସଠିକ ଭାବେ ସହାୟତା କରିନାହାନ୍ତି ଯାହା ଦ୍ୱାରା ଇଡି ଅର୍ଚ୍ଚନା ନାଗଙ୍କୁ ଆଉ ଥରେ ରିମାଣ୍ଡରେ ନେଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.