Odisha Link
Bridging the Missing Links in Odisha

କୋଟିଆରେ ବଡ଼ଦିନ ପାଳନ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରବିବାର ଦିନ ସାରା ବିଶ୍ବ ପାଳନ କରିଥିଲା ବଡ଼ଦିନ ବା ଖ୍ରୀଷ୍ଟମାସ। ଏହାର ଫାଇଦା ଉଠାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ବିବାଦ ଲାଗି ରହିଥିବା ବେଳେ କୋଟିଆରେ ଧୁମଧାମରେ ବଡ଼ଦିନ ପାଳନ କରିଛନ୍ତି ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ରାଜନ୍‌ ଦୋରା । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ରବିବାର ଦିନ କୋଟିଆରେ ଉପମୁଖ୍ୟଢ଼ନ୍ତ୍ରୀ ରାଜନ୍‌ ଦୋରା ଯୀଶୁଖ୍ରୀଷ୍ଟଙ୍କ ଗୁଣଗାନ କରିବା ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ କିପରି ସାଧାରଣ ଲୋକଙ୍କ ସୁଖ ଦୁଃଖର କଥା ବୁଝୁଛନ୍ତି ସେନେଇ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ । ଏଥିସହିତ ସେ ତାଙ୍କ ଭାଷଣରେ ସମସ୍ତ ଆଦିବାସୀଙ୍କୁ ଘର ଚାଷଜମି ଦେବା ସହ ପ୍ରତ୍ୟେକ ଆଦିବାସୀ ପିଲା କିପରି ଶିକ୍ଷା ପାଇ ପାରିବେ ସେ ଦିଗରେ ଆନ୍ଧ୍ର ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ।

କୋଟିଆ ସମ୍ପର୍କରେ ବିଶେଷ କିଛି କହିନଥିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ। ହେଲେ ଆନ୍ଧ୍ରର ସୀମାରେ ଥିବା ଗାଁ ଛାଡ଼ି କୋଟିଆ ପଞ୍ଚାୟତର ଏକ ଗ୍ରାମରେ ବଡ଼ଦିନ ପାଳନ କରିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.