Odisha Link
Bridging the Missing Links in Odisha

ଚୀନ୍‌ରୁ ଫେରିଥିବା ୨ଭାରତୀୟ କରୋନା ସଂକ୍ରମିତ, ନୂଆ ଭାରିଆଣ୍ଟ ବଢାଉଛି ଚିନ୍ତା

୨ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଜଣେ ଆଗ୍ରାର ହୋଇଥିବାବେଳେ ଅନ୍ୟଜଣେ କାନପୁରର

ଓଏଲ୍‌ ବ୍ୟୁରୋ : ବିଶ୍ୱବାସୀଙ୍କ ଚିନ୍ତା ବଢାଇବାରେ ଲାଗିଛି ନୂଆ କରୋନା ଭୂତାଣୁ। ଚୀନ୍‌ର ନୂଆ ଭାରିଆଣ୍ଟ ଚୀନ୍‌ରେ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ବିଶ୍ୱବାସୀଙ୍କ ଚିନ୍ତା ବଢିଯାଇଛି। ଚୀନ୍‌ରେ ସଂକ୍ରମଣ କାରଣରୁ ଭାରତ ସରକାର ସଂକ୍ରମଣକୁ ରୋକିବା ପାଇଁ ସଜାଗ ହୋଇଛନ୍ତି। ଚୀନ୍‌ରୁ ଭାରତ ଫେରିଥିବା ୨ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ। ଦୁଇ ବିଦେଶ ଫେରନ୍ତାଙ୍କ ନମୁନା ସଂଗ୍ରହ କରାଯିବା ସହ ସେମାନେ ସଂକ୍ରମିତ ବୋଲି ଜଣା ପଡିଛି।

୨ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଜଣେ ଆଗ୍ରାର ହୋଇଥିବାବେଳେ ଅନ୍ୟଜଣେ କାନପୁରର ବୋଲି ଜଣା ପଡିଛି। ବିଦେଶରୁ ଫେରିଥିବା ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଘରେ ଆଇସୋଲେଟ୍ କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ନମୂନା ଜିନୋ ସିକ୍ୱେନ୍ସିଂ ପାଇଁ ଲକ୍ଷ୍ନୌ ପଠାଯିବା ସହ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌କୁ ତାଙ୍କ ପରିବାର ଓ ସମ୍ପର୍କିୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନାର ସଂକ୍ରମଣକୁ ନଜରରେ ରଖି ସରକାର ନିର୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଧିଷ୍ଟ କିଛି ଦେଶରୁ ଫେରୁଥିବା ବିଦେଶୀ ଫେରନ୍ତା ଯାତ୍ରୀଙ୍କ ଆର୍‌ଟି ପିସିଆର୍ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.