Odisha Link
Bridging the Missing Links in Odisha

ଭିଡିଓକନ୍‌ ଚେୟାରମ୍ୟାନ୍‌ ଭେଣୁଗୋପାଳ ଧୁତ ଗିରଫ

ଓଏଲ୍‌ ବ୍ୟୁରେ।: ଭିଡିଓକନ୍‌ର ଚେୟାରମ୍ୟାନ୍‌ ଭେଣୁଗୋପାଳ ଧୁତଙ୍କୁ ଗିରଫ କଲା ସିବିଆଇ। ଏହାପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଥିଲା। ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଭାବେ କାମ କରିବା ବେଳେ ଭିଡିଓକୋନ ଗ୍ରୁପ୍‌କୁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗର ସିବିଆଇ ତଦନ୍ତ କରୁଥିଲା।

୫୯ ବର୍ଷିୟ ଚନ୍ଦା କୋଚର ଅକ୍ଟୋବର ୨୦୧୮ରେ ଏହି ଅଭିଯୋଗ ଆଧାରରେ ଆଇସିଆଇସିଆଇ ବ୍ୟାଙ୍କ ଏମ୍‌ଡି ଏବଂ ସିଇଓ ପଦ ଛାଡ଼ି ଥିଲେ। ଭିଡିଓକନ ଗ୍ରୁପ୍‌କୁ ସେ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା। ୨୦୧୨ରେ ଭିଡିଓକନ ପ୍ରତି ଅନୁକମ୍ପା ଦେଖାଇ ସେ ୩୨୫୦ କୋଟି ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ରହିଥିଲା।

Leave A Reply

Your email address will not be published.