Odisha Link
Bridging the Missing Links in Odisha

ହକି ବିଶ୍ୱକପ ପାଇଁ ହ୍ୱାଟ୍‌ସଆପ୍ ନମ୍ବର ଜାରି କଲା କମିଶନରେଟ ପୁଲିସ

ହ୍ୱାଟ୍‌ସଆପ୍ ନମ୍ବର ହେଉଛି ୭୩୭୭୭୭୦୦୭୦

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ରାଜ୍ୟବାସୀ। ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ହକି ବିଶ୍ୱକପକୁ ନେଇ ସରକାର ଖୁବ ସଜାଗ ଥିବାବେଳେ ବିଶ୍ୱକପ ପାଇଁ କମିଶନରେଟ ପୁଲିସ ଦ୍ୱାରା ଏକ ହ୍ୱାଟ୍‌ସଆପ୍ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ଏହି ହ୍ୱାଟ୍‌ସଆପ୍ ନମ୍ବର ଦ୍ୱାରା ହକି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସହ ଟ୍ରାଫିକ ସୂଚନା ପାଇପାରିବେ। ତେବେ ଏହି ହ୍ୱାଟ୍‌ସଆପ୍ ନମ୍ବର ହେଉଛି ୭୩୭୭୭୭୦୦୭୦।

ହକି ବିଶ୍ୱକପର ସମସ୍ତ ତଥ୍ୟ କମିଶନରେଟ ପୁଲିସ ଦ୍ୱାରା ଜାରି ହୋଇଥିବା ଏହି ହ୍ୱାଟ୍‌ସଆପ୍ ନମ୍ବରରେ ବୋଲି ସୂଚନା ମିଳିଛି। ହକି ପ୍ରେମୀଙ୍କ ସୁବିଧା ବଢାଇବ ଏହି ନମ୍ବର। ତେବେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ ୨୦୨୩କୁ ନେଇ ରାଜଧାନୀ ଭୁବନେଶ୍ୱର ସହ ଇଷ୍ପାତନଗରୀ ରାଉରକେଲା ଖୁବ ଚଳଚଞ୍ଚଳ ଥିବା ଜଣା ପଡିଛି। ସୂଚନା ମୁତାବକ, ଆସନ୍ତା ୧୩ ତାରିଖରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ହେବ ହକି ବିଶ୍ୱକପ।

Leave A Reply

Your email address will not be published.