Odisha Link
Bridging the Missing Links in Odisha

‘ପାଣ୍ଡ୍ୟାଙ୍କ ଭିତରେ ଦେଖିଲି ଧୋନୀଙ୍କ ଝଲକ’

ଓଏଲ୍‌ ବ୍ୟୁରୋ: ବର୍ଷର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ମାତ୍‌ ଦେଇ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃୃତ୍ବରେ ଯୁବ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବା ପରେ ସୋସିଆଲ୍ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂହ ଧୋନୀଙ୍କ ତୁଳନା ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ କ୍ରିକେଟମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ କହିବା ସହିତ, ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବ ବୋଲି ଆଶା ବାନ୍ଧିବା ଆରମ୍ଭ କରିଛନ୍ତି।

କ୍ରିକେଟ ପ୍ରେମୀଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବଦ୍ରିନାଥ ମଧ୍ୟ ଟ୍ବିଟ୍‌ କରି କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଭିତରେ ସେ ଧୋନୀଙ୍କ ଝଲକ ଦେଖିବା ସହିତ ୨୦୦୭ ବିଶ୍ବକପ୍‌ ଭଳି ଟିମ୍‌ ଇଣ୍ଡିଆରେ ଏକ ଯୁବ ଟିମ୍‌ ଓ ଯୁବ କ୍ୟାପଟେନ୍‌ ଦେଖିଲେ ବୋଲି ସେ ଟ୍ବିଟ୍‌ କରିଛନ୍ତି।

ଗତକାଲି ଭାରତ-ଶ୍ରୀଲଙ୍କା ଭିତରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ଦଳ ଶ୍ରୀଲଙ୍କାକୁ ମାତ୍ର ୨ ରନରେ ପରାସ୍ତ କରିଛି। ତେବେ ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କ ଉପରେ ଭରସା କରିଥିଲେ। ଆଉ ତାଙ୍କୁ ବୋଲିଂ କରିବାକୁ ଦେଇଥିଲେ। ଅକ୍ଷର ତାଙ୍କ ଶେଷ ଓଭରରେ ଗୋଟିଏ ଛକା ଖାଇଥିଲେ ମଧ୍ୟ, ଟିମ୍ ଇଣ୍ଡିଆକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.