ଚିଟଫଣ୍ଡ ମାମଲାର ତଦନ୍ତରେ ବିଳମ୍ବ, ସୁପ୍ରିମକୋର୍ଟ ଅସନ୍ତୋଷ
ଚିଟଫଣ୍ଡ ମାମଲାର ପରବର୍ତୀ ଶୁଣାଣି ଆସନ୍ତା ସୋମବାର ରହିଛି

ଓଏଲ୍ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଥିବା ଚିଟଫଣ୍ଡ ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ଚିଟଫଣ୍ଡ ମାମଲାର ଖଣ୍ଡପୀଠରେ ଶୁଣାଣୀ ବେଳେ କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ମାନ୍ୟବର ନ୍ୟାୟାଳୟ। ଇଡି ସିବିଆଇ ତଦନ୍ତ କରୁଥିବା ସତ୍ୱେ ମଧ୍ୟ ମାମଲାରେ ବିଳମ୍ବ ହେଉଛି। ସୂଚନା ଅନୁସାରେ ଚିଟଫଣ୍ଡ ଟଙ୍କା ପାଇବା ପାଇଁ କ୍ଷତିଗ୍ରସ୍ତ ୧୦ରୁ ୧୫ ବର୍ଷ ଅପେକ୍ଷା କରିପାରିବେନି ବୋଲି କହି ସିବିଆଇ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଦୁର୍ନୀତି କରୁଥିବା ଲୋକ ଜେଲରେ ଖୁସିରେ ଅଛନ୍ତି ଏବଂ ଜମାକାରୀମାନେ ତାଙ୍କ ଟଙ୍କା ଫେରାଇବାକୁ ଚାହୁଁଛନ୍ତି। ଚିଟଫଣ୍ଡ ମାମଲାର ପରବର୍ତୀ ଶୁଣାଣି ଆସନ୍ତା ସୋମବାର ରହିଛି।
ପୂର୍ବରୁ ୨୦୧୨-୧୩ରେ ରାଜ୍ୟରେ ଚିଟଫଣ୍ଡର ମହାଠକେଇ ହୋଇଥିବାବେଳେ ଅନେକ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇନାହାନ୍ତି। ଅନ୍ୟପଟେ ୨୦୧୩ରେ ଜମାକାରୀଙ୍କ ଟଙ୍କା ଫେରାଇବାପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଥିଲା। ଅନ୍ୟପଟେ ଗଠନ ହୋଇଥିବା କମିଶନଙ୍କ କାର୍ଯ୍ୟକାଳ ଅନେକ ଥର ବଢିବା ସହିତ ଶେଷରେ ବନ୍ଦ ହୋଇଗଲା। ଖବର ଅନୁସାରେ ପୂର୍ବରୁ ୫୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇ ହୋଇଥିବାବେଳେ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା। ସିବିଆଇ ତଦନ୍ତ ସତ୍ୱେ ବର୍ତମାନ ସୁଦ୍ଧା ନ୍ୟାୟ ଅପେକ୍ଷାରେ ରହିଛନ୍ତି ଜମାକାରୀ ମାନେ। ତେବେ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ସୋମବାର ଏହି ମାମଲାର ପରବର୍ତୀ ଶୁଣାଣି ହେବ।