Odisha Link
Bridging the Missing Links in Odisha

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ!

ପିଲାମାନେ କେଉଁ କାରଣ ପାଇଁ ଅସୁସ୍ଥ ହୋଇଛନ୍ତି, ତାହାର ସ୍ପଷ୍ଟ କାରଣ ଜଣା ପଡିନଥିବାବେଳେ ବିଷାକ୍ତ ଖାଦ୍ୟ କହି ଏଭଳି ଅବସ୍ଥା ହୋଇଥିବା କୁହାଯାଉଛି

ଓଏଲ୍ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ସୋର ଅନ୍ତର୍ଗତ ବରଖୁରୀ ମାଧ୍ୟମିକ ବିଦ୍ୟାଳୟର ୧୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣା ପଡିଛି। ଖେଳୁଥିବା ବେଳେ ତାଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା।

ପିଲାମାନେ କେଉଁ କାରଣ ପାଇଁ ଅସୁସ୍ଥ ହୋଇଛନ୍ତି, ତାହାର ସ୍ପଷ୍ଟ କାରଣ ଜଣା ପଡିନଥିବାବେଳେ ବିଷାକ୍ତ ଖାଦ୍ୟ କହି ଏଭଳି ଅବସ୍ଥା ହୋଇଥିବା କୁହାଯାଉଛି। ପିଲାମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହେଉଥିବାର ସୂଚନା। ୨ଜଣଙ୍କୁ ବାଲେଶ୍ଵର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।