Odisha Link
Bridging the Missing Links in Odisha

ଆଗକୁ ଲୋକସଭା ନିର୍ବାଚନ: ବଦଳିଲେ ୪ ରାଜ୍ୟ ବିଜେପି ମୁଖିଆ

ଭାରତୀୟ ଜନତା ପାର୍ଟି ୪ ରାଜ୍ୟରେ ନୂଆ ବିଜେପି ସଭାପତି ନିଯୁକ୍ତ କରିଛି

ଓଏଲ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ଏଥିରୁ ବାଦ ପଡିନି ବିଜେପି। ଭାରତୀୟ ଜନତା ପାର୍ଟି ୪ ରାଜ୍ୟରେ ନୂଆ ବିଜେପି ସଭାପତି ନିଯୁକ୍ତ କରିଛି। ସୁନୀଲ ଜାଖର ହେଲେ ପଞ୍ଜାବ ବିଜେପି ସଭାପତି। କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ହେଲେ ତେଲେଙ୍ଗାନା ସଭାପତି। ଝାଡ଼ଖଣ୍ଡ ବିଜେପି ସଭାପତି ହେଲେ ବାବୁଲାଲ ମାରାଣ୍ଡି। ଡି. ପୁରନ୍ଦେଶ୍ବରୀ ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟ ଭାବେ ନିଯୁକ୍ତି ମିଳିଥିବାବେଳେ ପୁରନ୍ଦେଶ୍ୱରୀ ଏବେ ଓଡ଼ିଶା ବିଜେପିର ପ୍ରଭାରୀ ଅଛନ୍ତି।

ଖବର ଅନୁସାରେ, ଜାତୀୟ ରାଜନୀତିରେ ଦୁଇଟି ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗୋଟିଏ ହେଲା ବର୍ତ୍ତମାନର ବିଜେପି ସରକାର ବିରୋଧରେ ବିରୋଧୀଙ୍କ ମେଳି ଓ ଅନ୍ୟଟି ମହରାଷ୍ଟ୍ର ରାଜନୀତିର ମହାଭାରତ। ମହାରାଷ୍ଟ୍ରରେ ଶାସନାଧିନ ଥିବା ଶିବସେନା-ବିଜେପିର ମେଣ୍ଟ ସରକାରରେ ଅଜିତ ପାଓ୍ବାରଙ୍କୁ ବିଜେପି ସାମିଲ କରି ବିରୋଧୀଙ୍କୁ ଚେକମେଟ୍‌ କରିଛି। ସବୁଠୁ ବଡ଼କଥା ହେଲା ବିଜେପି ଅଜିତ ପାଓ୍ବାରଙ୍କୁ ମେଣ୍ଟରେ ସାମିଲ କରି ପୁରୁଣା ପ୍ରତିଶୋଧ ନେବାରେ ସଫଳ ହେବା ସହିତ ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫର୍ଣ୍ଣାଡିସ୍‌ ଦବଦବା ଜାହିର କରିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।