Odisha Link
Bridging the Missing Links in Odisha

ଖୁବ୍‌ଶୀଘ୍ର ଓଡ଼ିଶାରେ ଗଡ଼ିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ

ଓଏଲ୍‌ ବ୍ୟୁରୋ: ଖୁବ୍‌ଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଗତ ମେ ମାସରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଥିଲା। ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରା ଆରମ୍ଭ କରାଯାଇଥିଲା।

ପୂର୍ବରୁ ଅନ୍ୟପଟେ, ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍ଘାଟନ ସମାରୋହରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖୁବ୍ ଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ। ବନ୍ଦେ ମେଟ୍ରୋ ଆରମ୍ଭ ହେଲେ ଓଡ଼ିଶାକୁ ବି ଫାଇଦା ହେବ ବୋଲି ସେ କହିଥିଲେ। ବନ୍ଦେ ମେଟ୍ରୋ ପୁରୀ-ଭୁବନେଶ୍ବର-କଟକ ଚାଲିବା ଯୋଜନା ରହିଛି।

Leave A Reply

Your email address will not be published.