Odisha Link
Bridging the Missing Links in Odisha

ସଫଳତା ଅଭିମୁଖେ ଚନ୍ଦ୍ରଯାନ-୩, ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ

ଓଏଲ୍‌ ବ୍ୟୁରୋ: ସଫଳତା ଅଭିମୁଖେ ଇସ୍ରୋ। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇବା ପରେ ଏବେ ଆଉ ଏକ ନିକଟତର ଚିତ୍ର ସାମ୍ନାକୁ ଆସିଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍‌ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଥିଲା।

ବର୍ତମାନ କକ୍ଷପଥ ପରିଭ୍ରମଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇଥିବା ସମ୍ନାକୁ ଆସିଥିଲା। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍‌ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହୋଇଥିଲା। ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଥିଲା। ଏହାକୁ ବଦଳା ଯାଇ ଏକ ହଜାର କିଲୋମିଟର ଅର୍ବିଟରେ ଛଡ଼ାଯିବ। ବର୍ତମାନ କକ୍ଷପଥ ସର୍କୁଲାରାଇଜେସନ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ଇସ୍ରୋ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଅନ୍ୟପଟେ, ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.