Odisha Link
Bridging the Missing Links in Odisha

ଆଗୁଆ ନିର୍ବାଚନ ପାଇଁ ଏତେ ତରତର କାହିଁକି : ଅପରାଜିତା ଷଡ଼ଙ୍ଗୀ

ଓଏଲ୍‌ ବ୍ୟୁରୋ: ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ରାଜନୈତିକ ବୟାନବାଜି। କେବେ ହେବ ବିଧାନସଭା ନିର୍ବାଚନ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏପରିକି ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ବିଜେପି ନେତ୍ରୀ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗୁଆ ନିର୍ବାଚନ ପ୍ରସଙ୍ଗରେ ମତ ରଖିଛନ୍ତି।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଲୋକଙ୍କଠାରୁ ବିଜେଡି ୫ ବର୍ଷ ସମୟ ନେଇଝଛି। ୫ ବର୍ଷ କାମ କରୁ ବିଜେଡି। ନିର୍ବାଚନ ପାଇଁ ଏତେ ହଡ଼ବଡ଼ କାହିଁକି। ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଦେଖିବାକୁ ଚାହିଁବୁ ଆମେ। ପାଞ୍ଚ ବର୍ଷ ପାଇଁ ମେନେଡେଟ ପାଇଁଛନ୍ତି। ପାଞ୍ଚ ବର୍ଷ ପାଇଁ କାମ କରନ୍ତୁ। ପାଞ୍ଚ ବର୍ଷ ପରେ ଯେତେବେଳେ ଲୋକସଭା ଓ ବିଧାନସଭା ଭୋଟ ହେବ। ସେତେବେଳେ ରିପୋର୍ଟ କାର୍ଡ ଦେଇ ନିର୍ବାଚନକୁ ଯାଆନ୍ତୁ। କାହିଁକି ଏତେ ତରବର ହେଉଛନ୍ତି ଭୋଟ ପାଇଁ ରାଜ୍ୟ ସରକାରଙ୍କୁ ପଚାରନ୍ତୁ। ସ୍ୱଛତା ର ସହ କାମ କରନ୍ତୁ। ମୋ ମତରେ ପାଞ୍ଚ ବର୍ଷ ପାଇଁ ମେନେଡେଟ ପାଇଁଛନ୍ତି ପାଞ୍ଚ ବର୍ଷ ପାଇଁ କାମ କରନ୍ତୁ ବୋଲି ଅପରାଜିତା କହିଛନ୍ତି।

ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗରେ ମଧ୍ୟ ଅପରାଜିତା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମେଣ୍ଟ ହେବାର ପ୍ରଶ୍ନ ନାହିଁ। କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଟ ନେତାମନେ ବି କହିଛନ୍ତି ମେଣ୍ଟ ହେବ ନାହିଁ। ବିଜେପି ବିରୋଧରେ ବିଜେଡି ଯିବ। ବିଜେଡି ବିରୋଧରେ ବିଜେପି ଯିବ। ଏଥିରେ କୋଣସି ଦ୍ୱନ୍ଦ୍ୱ ନାହି। ସେହିପରି କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ ରାଜ୍ୟର ପ୍ରସ୍ତାବକୁ ସ୍ୱକୀର କରି ନାହିଁ। ଅନୁମୋଦନ କରି ନାହିଁ। ତାହା ହେଲେ କେମିତି ନିର୍ବାଚନ ହେବ। ପ୍ରସ୍ତାବ ଯାଇଛି ନାଁ ନାହିଁ ହୁଏତ ଏହା ଅନୁମାନ ଥାଇପାରେ ଯେ ଆଗୁଆ ନିର୍ବାଚନ ହେବ ବୋଲି ସେ କହିଛନ୍ତି।

ଅପରାଜିତା ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ ପ୍ରତିଦିନ ବିଜେପି କର୍ମୀ ଭୁବନେଶ୍ୱରରୁ ଆରମ୍ଭ କରି ସାରା ଭାରତ ବର୍ଷରେ କାମ କରୁଛନ୍ତି। ଯେବେବି ଓଡିଶାରେ ନିର୍ବାଚନ ହେବ ବିଜେପି ପ୍ରସ୍ତୁତ ଅଛି। ସେଥିରେ କୋଣସି ଅସୁବିଧା ନାହିଁ। ଅମିତ ଶାହ କହିଛିନ୍ତି ବୁଥ ରୁ ରାଜ୍ୟ ପ୍ରଯ୍ୟନ୍ତ ବିଜେଡି ସରକାର ବିରୋଧରେ ଆନ୍ଦୋଳନ କରନ୍ତୁ। ତାହା ଏବେ ବିଜେପି କର୍ମୀ କରୁଛନ୍ତି ବୋଲି ଅପରାଜିତା କହିଛନ୍ତି।

Leave A Reply

Your email address will not be published.