Odisha Link
Bridging the Missing Links in Odisha

ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି: ସଭ୍ୟପଦ ରଦ୍ଦ ସଂପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ!

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଅଙ୍କକଷା ଦଳ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରାଜନୈତିକ ବାତାବରଣ ଉଷ୍ମ କରିଥିଲା କଂଗ୍ରେସର ନିଷ୍ପତ୍ତି। କାରଣ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ କଂଗ୍ରେସ ନିଲମ୍ବିତ କରିଥିଲା। ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ସଭ୍ୟପଦ ରଦ୍ଦ ସଂପର୍କିତ ଜନସ୍ୱାର୍ଥ ମାମଲାର ହାଇକୋର୍ଟ ଏକ ପ୍ରକାର ଅନ୍ତ ଘଟାଇଛନ୍ତି। ସାଂସଦ, ବିଧାୟକଦଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ଶୁଣାଣି ନିର୍ଦ୍ଦେଶ ଦିଆଯାଇଛି। ୬ ମାସ ମଧ୍ୟରେ ଫଇସଲା ହେବ ବୋଲି ହାଇକୋର୍ଟ ଆଶା ଥିବା କହିଛନ୍ତି। ଭିଜିଲାନ୍ସ ମାମଲାରେ ଦଣ୍ଡ ପରେ ସଭ୍ୟପଦ ରଦ୍ଦ ଆବେଦନ ହୋଇଥିବା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.