Odisha Link
Bridging the Missing Links in Odisha

ସକ୍ରିୟ ଲଘୁଚାପ: ତେଲକୋଇରେ ସର୍ବାଧିକ ବର୍ଷା ରେକର୍ଡ

ଓଏଲ୍‌ ବ୍ୟୁରୋ: ସକ୍ରିୟ ମୌସୁମୀ ଏବଂ ଲଘୁଚାପ କ୍ଷେତ୍ର ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୨.୮ ମିମି ତୁଳନାରେ ୧୫୧ ପ୍ରତିଶତ ଅଧିକ ରହିଛି। ଏହି ବର୍ଷା ଫଳରେ ଗତ ୨ପ୍ରତିଶତ ନିଅଣ୍ଟିଆ ଭରଣ ହୋଇଛି। ସର୍ବାଧିକ ହାରାହାରି ବର୍ଷା କେନ୍ଦୁଝର ଜିଲ୍ଲାରେ ୫୬.୯ ମିମି ବର୍ଷା ରେକର୍ଡ ହୋଇଛି।

ସୂଚନା ଅନୁସାରେ, ସକ୍ରିୟ ଲଘୁଚାପ ପ୍ରଭାବରେ ଲାଗି ରହିଛି ବର୍ଷା। ୫ଟି ସ୍ଥାନରେ ଅତି ପ୍ରବଳ, ୩୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ତେଲକୋଇରେ ସର୍ବାଧିକ ୧୮୨.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବାଙ୍କୀରେ ୧୮୨, ପିପିଲି ୧୨୨, ଚମ୍ପୁଆରେ ୧୨୦.୬ ମିମି, ଗୁଡ଼ଭେଲା ୧୩୯.୮, ଦେଓଗାଁରେ ୧୦୭ ମିମି ବର୍ଷା ରେକର୍ଡ କରାଯାଇଛି।

Leave A Reply

Your email address will not be published.