Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର, ଠାବ ହେଲା ବିପୁଳ ସମ୍ପତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମଚାରୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ, ଟାଙ୍ଗୀ ଓ ବାଣପୁର ସମେତ ୪ଟି ସ୍ଥାନରେ ଚଢ଼ାଉ ଜାରି ହୋଇଛି। ରାଜସ୍ୱ ଅଧିକାରୀଙ୍କ ୬ଟି ପ୍ଲଟ ଠାବ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯିବ ସମୟରେ ବିପୁଳ ସମ୍ପତ୍ତି ଠାବ କରାଯାଇଛି। ଦୁଇଟି ବହୁତଳ କୋଠା ଯାହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ଏହା ସହ ୬ଟି ପ୍ଲଟ, ଗୋଟିଏ ବେନାମୀ ପ୍ଲଟ, ୩ଟି ଚାରିଚକିଆ ଯାନ ଠାବ କରାଯାଇଛି। ଏହା ସହ ଆଗକୁ ଅଧିକ ସମ୍ପତ୍ତି ମିଳିବା ସମ୍ଭାବନା ରହିଛି।