Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା: ଖାରଜ ହେଲା ଅଭିଯୁକ୍ତ ଗୋପାଳର ଡିସ୍‌ଚାର୍ଜ ପିଟିସନ 

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। ନବ ଦାସ ହତ୍ୟା ମାମଲାରେ ଗୋପାଳର ଡିସଚାର୍ଜ ପିଟିସନ ଆଜି ଶୁଣାଣି ଥିବାବେଳେ ଅକ୍ଟୋବର ୫ ତାରଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ଆଜି ଅଭିଯୁକ୍ତ ଗୋପାଳର ଡିସ୍ଚାର୍ଜ ପିଟିସନର ଶୁଣାଣି ପାଇଁ ଗୋପାଳଙ୍କୁ ପୁଲିସ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଥିଲା। ଦୋଷମୁକ୍ତ ପାଇଁ ଗୋପାଳର ଡିସ୍‌ଚାର୍ଜ ପିଟିସନ ଖାରଜ କରାଯାଇଛି। ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସ ବିରୋଧରେ ଚାର୍ଜ ଫ୍ରେମ୍ ଜାରି କରାଯାଇଛି। ଗୋପାଳଙ୍କ ଓକିଲ ଡିସଚାର୍ଜ ପିଟିସନ ଆବେଦନ କରିଥିଲେ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନଥିବାବେଳେ ଅଭିଯୁକ୍ତ ଗୋପାଳ ଥାନାରେ ଦିନ କାଟୁଛି।

Leave A Reply

Your email address will not be published.