Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ: ବିରୋଧୀଙ୍କୁ ଶାସକଦଳର କଡ଼ା ଜବାବ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ତୀବ୍ର ହୋଇଛି ରାଜ୍ୟ ରାଜନୀତି। ଏନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ ହେଉଥିବାବେଳେ ବିଜେପି ମଧ୍ୟ ବିରୋଧ କରୁଛି। ଯାହାକୁ ନେଇ ଶାସକ ଦଳ ପ୍ରତିକ୍ରିୟା ରଖିଛି। ବିଜୁ ଜନତା ଦଳର ବିଧାୟକ ଅମର ଶତପଥୀ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ଦ୍ବାର ଖୋଲାଯାଇନି।

ରାଜ୍ୟ ସରକାର ଭକ୍ତଙ୍କୁ କେବେ ହଇରାଣ କରନ୍ତି ନାହିଁ। ଏହା ସହ ବିଧାୟକ ଅମର ଶତପଥୀ କହିଛନ୍ତି, ଆଇନ ବିଭାଗ କୋର୍ଟ ଦେଇଥିବା ନିର୍ଦେଶର ତର୍ଜମା କରୁଛି। ରାଜ୍ୟ ସରକାର କୋର୍ଟଙ୍କ ନିର୍ଦେଶକୁ ସମ୍ମାନ କରନ୍ତି। କୋର୍ଟଙ୍କ ନିର୍ଦେଶ ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ବିରୋଧୀଙ୍କୁ ଶାସକ ଦଳ ଜବାବ ଦେଇଛି।

ଅନ୍ୟପଟେ, ବିଜେପି ଓ କଂଗ୍ରେସ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଥିଲେ। ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, କମିଟି କରି ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ କାହିଁକି କମିଟି ହେଉନି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ ନେତୃବୃନ୍ଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରକୁ ଯାଇ ଦାବିପତ୍ର ପ୍ରଦାନ କରିବା ସହ କାର୍ତ୍ତିକ ମାସ ପୂର୍ବରୁ ଚାରି ଦ୍ୱାର ଖୋଲିବାକୁ ଲିଖିତ ଭାବେ ଜଣାଇଛନ୍ତି। ଆସନ୍ତା ୨୮ ତାରିଖ ଭିତରେ ଦାବି ପୂରଣ ନ ହେଲେ ଜୋରଦାର ଆନ୍ଦୋଳନ କରିବୁ ବୋଲି ପିସିସି ସଭାପତି କହିଛନ୍ତି।

Leave A Reply

Your email address will not be published.