Odisha Link
Bridging the Missing Links in Odisha

ଅମାନିଆ ହେବେ ସାବାଡ଼; ପାର୍ବଣ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଅମାନିଆଙ୍କୁ ସାବାଡ଼ କରିବା ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହୋଇଛି। ଆଗକୁ ପୂଜା ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସୂଚନା ମଧ୍ୟ ରହିଛି। ପାର୍ବଣ ସମୟରେ ବାର୍‌ରେ ନିଶା କାରବାର ଚାଲିଥିବା ସୂଚନା ମିଳିବା ପରେ ଗୁଇନ୍ଦା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ହେବ। ରାଜଧାନୀରେ ଥିବା ସବୁ ବାର୍‌ରେ ଏସଟିଏଫ କଡ଼ା ନଜର ରଖିଛି। ତେବେ ରାଜ୍ୟରେ ପାର୍ବଣ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, କମିଶନରେଟ୍‌ ପୁଲିସ ପକ୍ଷରୁ ୭ ଓ ୮ ତାରିଖରେ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ଏହି ସମୟରେ ମଦ୍ୟପାନ, ରଙ୍ଗ୍‌ ରୁଟ୍‌ ଡ୍ରାଇଭ, ବେଆଇନ ପାର୍କିଂରୁ ୨୨୦ ଜଣ ଧରାପଡ଼ି ତଣ୍ଡ ଗଣିଛନ୍ତି। ଆଗକୁ ପୂଜା ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସୂଚନା ମଧ୍ୟ ରହିଛି। ଏହା ସହ ବିଭିନ୍ନ ସ୍ଥାନରେ ତନାଘନା ଜାରି ରହିଛି।

Leave A Reply

Your email address will not be published.