Odisha Link
Bridging the Missing Links in Odisha

ଓଡ଼ିଶା ନାଟ୍ୟ ସଂଘ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ମନୋଜ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ନାଟ୍ୟ ସଂଘ ନିର୍ବାଚନ ଶେଷ ହୋଇଛି। ନାଟ୍ୟସଂଘରେ ୧୫୫ଜଣ ସଦସ୍ୟ ଅଛନ୍ତି। ଏହି ସଦସ୍ୟଙ୍କୁ ନେଇ ନିର୍ବାଚନ ହୋଇଥିବାବେଳେ ସଦସ୍ୟ ମାନଙ୍କ ମତ ଅନୁସାରେ ସଭାପତି ଓ ସାଧାରଣ ସମ୍ପାଦକ ଚୟନ କରାଯାଇଛି।

ଓଡ଼ିଶା ନାଟ୍ୟ ସଂଘର ସଭାପତି ଭାବେ ବରିଷ୍ଠ ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବରେ ଶୁଭକାନ୍ତ ପାଢୀ ନିର୍ବାଚିତ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.