କରୋନା କବଳରେ ୨ ବର୍ଷର ଶିଶୁ କନ୍ୟା

ବାଲେଶ୍ବର: ଆଜି ରାଜ୍ୟରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୭ଜଣଙ୍କ ମଧ୍ୟରୁ ଭଦ୍ରକ ଜିଳ୍ଲାର ୫ ଓ ବାଲେଶ୍ବର ଜିଲ୍ଲାର ୨ଜଣ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଥିଲା।
ଆଜି ଚିହ୍ନଟ ହୋଇଥିବା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ଥିବା ସୂଚନା ରହିଛି ।ଉକ୍ତ ଶିଶୁ କନ୍ୟାଟି ନୀଳଗିରି ବରହମପୁର ଥାନା ଅଞ୍ଚଳର ବୋଲି ଜଣାଯାଇଛି। ଏନେଇ ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।
ଉପଜିଲ୍ଲାପାଳଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ୧୬ ତାରିଖରେ ଝିଅଟିର ସାମ୍ପଲ ନିଆଯାଇଥିଲା। ଆଜି ରିପୋର୍ଟ ପଜିଟିଭ ଆସିଛି। ଏବେ ସଂପୃକ୍ତ ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି। ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ସେ କହିଛନ୍ତି।
ଆଜି ୭ ଜଣ ଚି଼ହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ଅପରପକ୍ଷେ ୨୪ ଜଣ ସୁସ୍ଥ ହୋଇଥିବା ବେଳେ କରୋନା ପାଇଁ ଜଣଙ୍କର ମୃତ୍ୟୁ ଘଟିଛି। ୪୩ ଜଣ ଆକ୍ରାନ୍ତ ଏବେ ରାଜ୍ୟର ବିିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।