Odisha Link
Bridging the Missing Links in Odisha

ପୁଣି ଭୀମସାରରେ କରୋନା ପଜିଟିଭ ଚିହ୍ନଟ

ସମ୍ୱଲପୁର: ପୁଣି ବୁର୍ଲା ଭୀମସାରରେ କରୋନା। କିଛିଦିନର ବିରତି ପରେ ପୁଣି ଭୀମସାରକୁ ଫେରିଛି କରୋନା। ଏଠାରେ ଥିବା କାର୍ଡିଓଲୋଜି ବିଭାଗର ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି। ଏହାସହ ତୁରନ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି।

ସୂଚନା ମୁତାବକ, ସଂକ୍ରମିତ ଚିହ୍ନଟ ରୋଗୀ ଜଣକ ହେଉଛନ୍ତି ବୌଦ୍ଧ କଣ୍ଟାମାଳର ୪୬ ବର୍ଷିୟ ଯୁବକ। ହୃଦ୍‌ରୋଗ ସମସ୍ୟା ଯୋଗୁଁ ଉକ୍ତ ଯୁବକ ଗତ ୨ ତାରିଖ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।

ଡାକ୍ତର ତଥାପି ସନ୍ଦେହ କରି ତାଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା ପାଇଁ କହିଥିଲେ ଏବଂ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିଲା। ରବିବାର ଅପରାହ୍ନ ସମୟରେ ତାଙ୍କ ଆର୍‌ଟି ପିସିଆର୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି।

ଉକ୍ତ ରୋଗୀଙ୍କ ପାଖରେ ଯେଉଁ ଚାରିଜଣ ରୋଗୀ ରହିଥିଲେ ତାଙ୍କ ମଧ୍ୟ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଛି। କରୋନା ସନ୍ଦେହ ଥିବା ରୋଗୀଙ୍କୁ ରଖିବା ପାଇଁ କାର୍ଡିଓଲୋଜି ବିଭାଗରେ ଏକ ସ୍ୱତନ୍ତ୍ର ୱାର୍ଡ ରହିଛି।