Odisha Link
Bridging the Missing Links in Odisha

ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ। ଗତକାଲି ରାତି ୩ଟା ସମୟରେ ଏସଏମ ଏସ-୨ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏସଏମଏସ – ୨ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି l ଆରଏସପିର ଦୁଇଟି ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି l

ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନାହିଁ। ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟ୍ଟରାଜ ଏକ ଚାରି ଜଣିଆ ଟିମ୍ ଗଠନ କରିଛନ୍ତି। ଏହି ଟିମରେ ଚାରିଜଣ ସିଜିଏମଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।

ସୌଭାଗ୍ୟବଶତଃ କୌଣସି କର୍ମଚାରୀ ଏହି ଦୁର୍ଘଟଣାରେ ଆହତ ହୋଇନାହାନ୍ତି। ତେବେ ଅଗ୍ନିକାଣ୍ଡରେ ଏସଏମଏସ -୨ କଣ୍ଟ୍ରୋଲ୍ ରୁମର କେବୁଲ ସହ ବିଭିନ୍ନ ଯନ୍ତ୍ରପାତି ଜଳି ଯାଇଥିବାରୁ ସେଠାରେ ଉତ୍ପାଦନ ବନ୍ଦ ରହିଛି। ଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି ବୋଲି ଆରଏସିପ କର୍ତ୍ତୃପକ୍ଷ କହିଛନ୍ତି।

Comments are closed.