Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା: ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର। ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବା ବେଳେ ମହିଳାଙ୍କୁ ଭିଡ଼ିନେଲା କୁମ୍ଭୀର। ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି।

ଏନେଇ ଖବର ପାଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ମହିଳାଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ମହିଳାଙ୍କ ପତା ମିଳିନାହିଁ। ପୂର୍ବରୁ ଏହି ଅଂଚଳରେ ଏକାଧିକ ଲୋକଙ୍କୁ କୁମ୍ଭୀର ଟାଣି ନେଇଥିବା ଖବର ସାମନାକୁ ଆସିଛି।