Odisha Link
Bridging the Missing Links in Odisha

ଆମେରିକାରେ କରୋନା: ୫ ଲକ୍ଷରୁ ଅଧିକ ଆକ୍ରାନ୍ତ, ୨୦,୦୦୦ ମୃତ

ଓଏଲ୍‌ ବ୍ୟୁରୋ: ବିଶ୍ବରେ ଅଜି ସୁଦ୍ଧା ପ୍ରାୟ ୧୮ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥବା ବେଳେ ୧ ଲକ୍ଷ ୧୦ ହଜାର ଜଣ ପ୍ରାଣ ହରାଇଲେଣି। ସଂକ୍ରମଣ ତାଲିକାରେ ପୂର୍ବରୁ ବିଶ୍ବରେ ଏକ ନମ୍ବର ସ୍ଥାନରେ ଥିବା ଆମେରିକା ଆଜି ଇଟାଲିକୁ ଟପି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବିଶ୍ବରେ ସର୍ବାଗ୍ରେ ରହିଛି। ଆମେରିକାରେ ୫ ଲକ୍ଷ ୩୩ ହଜାର ଲୋକ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଏଯାବତ୍‌ ୨୦,୫୮୦ ଜଣଙ୍କର ମୃତ୍ୟୁ ହେଲାଣି।

ଆକ୍ରାନ୍ତ ତାଲିକାରେ ଆମରିକା ତଳକୁ ସ୍ପେନ୍‌ ଥିବା ବେଳେ ମୃତକ ତାଲିକାରେ ଦ୍ବିତୀୟରେ ରହିଛି ଇଟାଲି। ସ୍ପେନ୍‌ରେ ଆଜି ସୁଦ୍ଧା ୧ ଲକ୍ଷ ୬୩ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୬,୬୦୦ ଜଣଙ୍କର ମୃତ୍ୟୁ ହୋଇଛି। ଇଟାଲିରେ ୧ ଲକ୍ଷ ୫୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୯,୫୦୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

ଚତୁର୍ଥ ସ୍ଥାନରେ ରହିଛି ଫ୍ରାନ୍ସ। ୧ ଲକ୍ଷ ୩୦ ହଜାର ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୧୪ ହଜାରଙ୍କର ପ୍ରାଣ ହାନି ହେଲାଣି। ପଞ୍ଚମ ସ୍ଥାନରେ ଥିବା ଜର୍ମାନୀରେ ୧ ଲକ୍ଷ ୨୫ ହଜାର ଆକ୍ରାନ୍ତ ହୋଇଥିଲେ ହେଁ ଏଠାରେ ମୃତ୍ୟୁହାର ଯଥେଷ୍ଟ କମ। ଜର୍ମାନୀରେ ମାତ୍ର ୨,୯୦୦ ଜଣ ପ୍ରାଣ ହରାଇଛନ୍ତି।

ସରକାରୀ ସୂତ୍ର ଅନୁସାରେ ଭାରତରେ ଏଯାଏଁ ୮,୩୫୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୭୩ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.