Odisha Link
Bridging the Missing Links in Odisha

ଭଲ ଖବର: କରୋନା ହାରିଲା, ଅଢେଇ ବର୍ଷର ଶିଶୁ ଜିତିଲା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ମହାମାରି ଯୋଗୁଁ ସାରା ବିଶ୍ବରେ ୧ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏପରିିକି ଭାରତରେ ମଧ୍ୟ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ହେଲେ ଏହାରି ମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଖୁସି ଖବର ଆସିଛି।

ଲକ୍ଷ୍ନୌର ଜଣେ ଅଢେଇ ବର୍ଷର ଶିଶୁ ପୁତ୍ର ମହାମାରୀ କରୋନା କବଳରୁ ଜିତିଛନ୍ତି। ଏହି କଅଁଳ ବୟସର ଶିଶୁର ଶରୀରରେ କରୋନା ଭୂତାଣୁ ଥିବା ନେଇ ଟେଷ୍ଟରେ ଜଣାପଡିଥିଲା। କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ ନେଗେଟିଭ ଆସିଛି। ଶିଶୁଟି ସୁସ୍ଥ ହେବାପରେ ଚିକିତ୍ସିତ ହେଉଥିବା କିଙ୍ଗ ଗୋଗ୍ରସ୍‌ ମେଡିକାଲ ୟୁନିଭର୍ସିଟି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନାଥାଉ କି, ଏହା ପୂର୍ବରୁ ଶିଶୁଟିର ମା’ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ପରେ ସୁସ୍ଥ ହୋଇଥିଲେ।

 

Comments are closed.