Odisha Link
Bridging the Missing Links in Odisha

କ୍ବାରାଣ୍ଟିନ୍‌ରେ ଥିବା ଶ୍ରମିକ ସରକାରଙ୍କୁ ଏମିତି ଜଣାଇଲେ କୃତଜ୍ଞତା

ଶିକର: ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ଅଭାବ ଅସୁବିଧା କଥା ନିତିଦିନ ଗଣମାଧ୍ୟମରେ ଆସୁଥିବା ବେଳେ ଏହାର ବିରୋଧାଭାସ ଦେଖିବାକୁ ମିଳିଛି ରାଜସ୍ଥାନରେ। କ୍ବାରାଣ୍ଟିନ୍‌ରେ ଥିବା ରଙ୍ଗମିସ୍ତ୍ରୀମାନେ ସରକାରଙ୍କ ବ୍ୟବସ୍ଥାରେ ସନ୍ତୋଷପ୍ରକଟ କରି ଅଭିନବ ଶୈଳୀରେ ରାଜସ୍ଥାନ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କୁ ରଖାଯାଇଥିବା ୨ଟି ସ୍କୁଲ ଘରକୁ ରଙ୍ଗ ବୋଳି ନୂଆ ରୂପରେ ସଜାଇ ଦେଇଛନ୍ତି ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ଶ୍ରମିକ।

ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ୪୫ ଜଣ ଶ୍ରମିକଙ୍କୁ ଲକ୍‌ଡାଉନ୍‌ ସମୟରେ ରାଜସ୍ଥାନର ଶିକର ଜିଲ୍ଲା ପଲସାନାରେ ଦୁଇଟି ସ୍କୁଲରେ ରଖାଯାଇଛି। ଶହୀଦ ସୀତାରାମ କୁମାଓ୍ବତ ବିଦ୍ୟାଳୟ ଓ ସେଠ୍‌ କେଏଲ୍‌ ତାମ୍ବି ସରକାରୀ ଉନ୍ନୀତ ବିଦ୍ୟାଳୟରେ ରହୁଥିବା ଏହି ୫୪ ରଙ୍ଗମିସ୍ତ୍ରୀ ଏବେ କେବଳ ସରକାରଙ୍କ ପ୍ରଦତ୍ତ ସୁବିଧା ଉପଭୋଗ କରିବା ଛଡ଼ା ଆଉ କିଛି କାମ କରିବାକୁ ନାହିଁ। ତେବେ କ୍ବାରାଣ୍ଟିନ୍‌ ଅବଧି ଶେଷ ହେବା ପରେ ସେମାନେ ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ସୁବିଧା ଓ ଖାଦ୍ୟପେୟରେ ସନ୍ତୋଷ ପ୍ରକଶ କରି ସ୍କୁଲ ଦୁଇଟିକୁ ନୂଆ ରଙ୍ଗ ବୋଳିଛନ୍ତି।

ପଲସାନା ସରପଞ୍ଚ ରୂପ ସିଂହ ଶେଖାଓ୍ବତ କହିଛନ୍ତି, ଦାଦନ ଶ୍ରମିକମାନଙ୍କର ଏଭଳି କାର୍ଯ୍ୟରେ ଗ୍ରାମବାସୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ଶ୍ରମିକମାନେ ରଙ୍ଗ ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏ ପ୍ରସ୍ତାବ ଶୁଣି ଉଭୟ ବିଦ୍ୟାଳୟର ଶିକ୍ଷକମାନେ ଆଗେଇ ଆସିଥିଲେ। ଶିକ୍ଷକମାନେ ନିଜ ଦରମାରୁ ଅର୍ଥ ଏକାଠି କରି ରଙ୍ଗ ଓ ଅନ୍ୟ ସାମଗ୍ରୀ କିଣିଥିଲେ।

Comments are closed.