Odisha Link
Bridging the Missing Links in Odisha

ବେରୋଜଗାର ଭତ୍ତା ମାଗିଲେ ୪୪ ଲକ୍ଷ ଆମେରିକୀୟ

କରୋନା ମହାମାରୀ ପାଇଁ ବୃତ୍ତି ହରାଇଥିବା ୪୪ ଲକ୍ଷ ଆମେରିକୀୟ ସରକାରଙ୍କୁ ବେରୋଜଗାର ଭତ୍ତା ମାଗିଛନ୍ତି। ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଦେଶରେ ଯେତିକି ନୂଆ ରୋଜଗାର ସୃଷ୍ଟି ହୋଇଥିଲା ଏହି କରୋନା ସଂକ୍ରମଣ ସମୟରେ ତାହା ଠାରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ଗ୍ରେଟ୍‌ ଡିପ୍ରେସନ୍‌ ପରଠାରୁ ଆମେରିକାରେ ଏଭଳି ବେରୋଜଗାର ଦେଖାଯାଇନଥିଲା।

ମାର୍ଚ୍ଚ ୧୫ ଠାରୁ ନିୟମିତ ଭାବରେ ଆମେରିକାରେ ବେରୋଜଗାରଙ୍କ ସଖ୍ୟା ବଢ଼ିଚାଲିଛି। ପ୍ରତି ସପ୍ତାହରେ ଲୋକେ ଶ୍ରମ ମନ୍ତ୍ରାଳୟକୁ ଭତ୍ତା ପାଇଁ ଆବେଦନ କରୁଛନ୍ତି। କେବଳ ଗତ ସପ୍ତାହରେ ୨୨ ଲକ୍ଷ ଲୋକ ଆବେଦନ କରିଥିବା ସୂଚନା ରହିଛି। ହୁଏଇ, କେଣ୍ଟୁକି ଓ ମିଚିଗାନ୍‌ ପରି ପ୍ରଦେଶରେ ପ୍ରତି ୪ ଜଣରେ ଜଣେ ବେରୋଜଗାର ଭତ୍ତା ପାଇଁ ଆବେଦନ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

ଆଗକୁ ଆମେରିକାରେ ନିର୍ବାଚନ ଥିବା ବେଳେ ଦେଶରେ ଅର୍ଥନୈତିକ ସ୍ଥିରତା ଆଣିବା ଟ୍ରମ୍ପ ସରକାରଭ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି।

Comments are closed.