Odisha Link
Bridging the Missing Links in Odisha

କୃଷି ଆଇନ ସଂପର୍କରେ ଲୋକଙ୍କୁ ବୁଝାଇବ ବିଜେପି

ଭୁବନେଶ୍ୱର : ସାରା ଦେଶରେ ୭୦୦ ସାମ୍ବାଦିକ ସମ୍ମିଳନୀ ଓ କୃଷକଙ୍କ ସହ ବୈଠକ କରି, କୃଷି ଆଇନର ଫାଇଦା ସଂପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି।ତେବେ ବିଜେପି ପକ୍ଷରୁ କୃଷି ଆଇନ ସପକ୍ଷରେ ଲୋକଙ୍କୁ ସଚତେନ କରିବା ଲାଗି ନିଷ୍ପତ୍ତି ହୋଇଛି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚାଷୀମାନେ କାହିଁକି ଆନ୍ଦୋଳନ କରୁଛନ୍ତି, ଏହା ପଛରେ ଅସଲ ଉଦ୍ଦେଶ୍ୟ କଣ ସେ ନେଇ ମତ ରଖିଛନ୍ତି।

ସୂଚନା ଅନୁସାରେ, ଚାଷୀ ଆନ୍ଦୋଳନ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । କୃଷି ଆଇନ ସଂପର୍କରେ ଲୋକଙ୍କୁ ବୁଝାଇବ ଦଳ । କୃଷି ଆଇନ ଯୋଗୁଁ ଲାଭବାନ୍ ହେବେ ଚାଷୀ ।

ଚାଷୀ ସଂଗଠନ ଓ କୃଷକ ନେତାଙ୍କ ସହ ଆଲୋଚନା ପରେ ପ୍ରସ୍ତାବ ପାରିତ ସଂସଦରେ ଘଣ୍ଟା ଘଣ୍ଟା ଧରି ବିଲ୍ ଉପରେ ଆଲୋଚନା ହୋଇଛି ସମସ୍ତଙ୍କ ସହମତି ପରେ ବିଲ୍ ଗୃହୀତ ହୋଇ ଆଇନ ହୋଇଛି ।

Comments are closed.