Odisha Link
Bridging the Missing Links in Odisha

ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ପହଞ୍ଚିଲେ ବର୍ଷା

କଟକ : ଓଲିଉଡ଼ ଅଭିନେତା ଓ ଅଭନେତ୍ରୀ ବର୍ଷା ଅନୁଭବଙ୍କ ଘରୋଇ କଳି ଚରମ ସୀମାରେ ପହଞ୍ଚିଲାଣି। ବର୍ଷା ଗତକାଲି ବଳବିମ୍ବିତ ରାତିରେ ପୁରୀଘାଟ ଥାନାରେ ପହଞ୍ଚିଥିଲେ। ତାଙ୍କ ସମ୍ମାନ ହାନୀ ହେଉଥିବା ଅଭିଯୋଗରେ ପୁରୀଘାଟ ଥାନାରେ ଲିଖତ୍ତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ୨ ଦିନ ତଳେ ବର୍ଷା ଓ ଅନୁଭବ ପାଟିତୁଣ୍ଡ ଲାଗିଥିବା ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତଥା ତାଙ୍କୁ ବଦନାମ କରିବାକୁ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ କରିଛନ୍ତି ବର୍ଷା।

 ଭାଇରାଲ ହୋଇଥିବା ଭିଡିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି। ହେଲେ ଭିଡିଓରେ ଚାଲିଥିବା ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ମଧ୍ୟ ଅଛନ୍ତି ବୋଲି ଅନୁମାନ କରାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ବର୍ଷା କହୁଛନ୍ତି, ତମେ ଯାହା କରୁଛ ‘ଅଲ୍ ଦି ବେଷ୍ଟ’। ଜବାବରେ ଅନୁଭବ କହୁଛନ୍ତି, ମୋତେ ତମେ ଅଲ୍ ଦି ବେଷ୍ଟ କହିବା ଦରକାର ନାହିଁ। ମୋ ପାଖରେ ବାପା-ମାଆଙ୍କର ଆଶୀର୍ବାଦ ଅଛି। ପୃଥିବୀରେ କେହି ହରାଇ ପାରିବେନି। ଲକ୍ଷେ ବର୍ଷା ଆସିଲେ ବି ହରାଇପାରିବେନି।

ଭିଡିଓରେ ଆଉ ଜଣେ ମହିଳା ଥିବା ଜଣାପଡୁଛି। ମହିଳାଙ୍କୁ ଅନୁଭବ ମ୍ୟାଡମ୍ କହି ସମ୍ବୋଧନ କରୁଛନ୍ତି। ଅନୁଭବ ତାଙ୍କୁ କହୁଛନ୍ତି, ମ୍ୟାଡମ୍ ମୋର କୌଣସି ଭାଓଲେନ୍ସ କି ଡୋମେଷ୍ଟିକ୍ ଭାଓଲେନ୍ସ ନାହିଁ। ଏହା ପରେ ଅନୁଭବ କହୁଛନ୍ତି, ତମେ ମୋ ସହ ରହିବ ବୋଲି କେସ୍ ଦେଇଛ ନା? ଏମିତିକ ଅନୁଭବ ବର୍ଷାଙ୍କୁ ତାଙ୍କର ଏକ୍ସଟ୍ରା ମ୍ୟାରିଟେଲ୍ ଆଫେୟାର୍ସ କଥା ମଧ୍ୟ କହିଛନ୍ତି। ଏପରି ଉଭୟ ପରସ୍ପରକୁ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି।

Comments are closed.