Odisha Link
Bridging the Missing Links in Odisha

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ଆଜି ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ  ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ।

ଶବ ନିକଟରେ ରକ୍ତ ଭିଜା ପଥର ପଡ଼ି ଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶୌଚ କରିବାକୁ ନାଳାକୁ ଯିବା ବେଳେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସେମାନେ ଘଟଣା ସଂକ୍ରାନ୍ତରେ ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେl ଗତ ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଗୁଳିକାଣ୍ଡ, ହତ୍ୟା ଘଟଣା  ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.