Odisha Link
Bridging the Missing Links in Odisha

୬ଟି ଜେସିବି ଜାଳି ଦେଲେ ଦୁବୃର୍ତ୍ତ

ଢେଙ୍କାନାଳ: ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଁଳାବେରେଣିଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତବିଳମ୍ବିତ ରାତିରେ ଓଟିପିସିଏଲରେ କାର୍ଯ୍ୟରତ ୬ ଜେସିବି ଜାଳି ଦେଲେ ଦୁର୍ବୃତ୍ତ।ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପ୍ରକାଶ ଯେ, ଅଁଳାବେରେଣୀଠାରେ ଓଟିପିସିଏଲର ଟାଉନସିପ୍ କାମ ଚାଲୁରହିଥିବା ଯୋଗୁଁ ଜେସିବିଗୁଡିକ ମାଟିଖୋଳା କାର୍ଯ୍ୟରେ ନିୟୋଜିତ ଥିଲା । କିନ୍ତୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଆସି ୬ଟି ଜେସିବି‌ରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗିବାର କୌଣସି କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ।

Comments are closed.