Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇ ନେଲା SIT

ନୟାଗଡ଼ : ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି SIT। ସେମାନେ ହେଲେ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀ । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା SIT।

ସୂଚନାଅନୁସାରେ, ପୂର୍ବରୁ ସରୋଜଙ୍କୁ ୨ ଥର ଉଠାଇ ନେଇ ପଚରାଉଚରା କରିଥିଲା। ଆଜି ପୁଣି SIT ଟିମ୍‌ ମା’, ଭଉଣୀଙ୍କ ସହ ତାଙ୍କୁ ଉଠାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଛି।

ପୂର୍ବରୁ ପଚରାଉଚରା ସମୟରେ SIT ଟିମ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ତାଙ୍କୁ କିନ୍ତୁ ଫସାଇ ଦେବାକୁ ଉଦ୍ୟମ କରାଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ ସରୋଜ। ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା ସେ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ ପରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଜୁଲାଇ ୨୪ରେ ଘର ବାଡିପଟୁ ଏକ ପୋଖରୀ କୂଳରୁ  ବସ୍ତାରେ ତାର ଖପୁରି, କିଛି ହାଡ ଏବଂ ଡ୍ରେସ୍ ମିଳିଥିଲା ।

ନଭେମ୍ବର ୨୪ରେ ପରୀର ବାପା-ମା’ ବିଧାନସଭା ଆଗରେ ଆତ୍ମାହୂତୀ ଉଦ୍ୟମ କରିଥିଲେ। ପୋଲିସ ଅପରାଧୀକୁ ଧରିବାରେ ବିଫଳ ହେବାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ଏବଂ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Comments are closed.