Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପଣ୍ଡୁଆ ଫାଣ୍ଡି ଖଟୁଆ ହତା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି।

ମୃତକଙ୍କ ଜଣଙ୍କ ହେଲେ କାର୍ତ୍ତିକ ସାହୁ। ତାଙ୍କ ବୟସ ୭୫ ବର୍ଷ। ସେ ଆଜି ସକାଳ ସାଢେ ପାଞ୍ଚଟାରେ ଶୌଚ ହେବାକୁ ଘର ପଛ ପାଖକୁ ଯାଇଥିଲେ। ସେହି ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଶୁଣ୍ଢରେ ଟେକି କାର୍ତ୍ତିକ ସାହୁଙ୍କୁ କଚାଡି ଦେଇଥିଲା।

ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିବା ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେବା ସହ ମୃତକଙ୍କ ପରିବାରକୁ ଚାଳିଶ ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିବା ପ୍ରକାଶ କରିଛନ୍ତି।

Comments are closed.