ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମଞ୍ଚେଶ୍ବରରେ ଥିବା ଏକ ମୋଟର ପାର୍ଟ ଓ ଲୁବ୍ରିକାଣ୍ଟ ଦୋକାନରେ ନିଆଁ ଲାଗିଛି।
ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ମୋଟର ପାର୍ଟଗୁଡ଼ିକ ଜଳି ପୋଡି ପାଉଁଶ ହୋଇଯାଇଛି। ନିଆଁ ଲିଭାଇ କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ହୋଇଛି। ନିଆଁ କିପରି ଲାଗିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।