ଯାଜପୁରର ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ପରିଖିଲେ ସେକ୍ରେଟାରୀ ଶ୍ରୀକାନ୍ତ ତରାଇ

ଚଣ୍ଡିଖୋଲ: କରୋନା କାରଣରୁ ୯ ମାସ ଧରି ସମସ୍ତ ସ୍କୁଲ ବନ୍ଦ କରାଯାଇଥିଲା। ତେବେ କରୋନା କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିଛନ୍ତି। ଓଡିଆ ମାଧ୍ୟମିକ ପରିଷଦର ସେକ୍ରେଟେରୀ ଶ୍ରୀକାନ୍ତ ତରାଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।
ଛାତ୍ରଛାତ୍ରଙ୍କ ସହ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକ ବିଦ୍ୟାଳୟକୁ ମାସ୍କ ଲଗାଇ ବିଦ୍ୟାଳୟକୁ ଆସୁଥିବା ବେଳେ ବିଦ୍ୟାଳୟକୁ ସାନିଟାଇଜର କରାଯିବା ସହ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରୁଥିବା ଦେଖିବାକୁ ମିଳିଛି। ଶହେ ଦିନର ପାଠ ପଢା ସହ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିଛି।