ସଡ଼କ ଦୁର୍ଘଟଣାରେ ବାଇକ ଆରୋହି ମୃତ

ସୋର : ସଡ଼କ ଦୁର୍ଘଟଣାରେ ବାଇକ ଆରୋହି ମୃତ। ମୃତକ ଜଣଙ୍କ ହେଲେ ସନ୍ତୋଷ ବାରିକ। ତାଙ୍କ ଘର ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ତେଲିଆଗଞ୍ଜ ଗ୍ରାମ।
ପ୍ରକାଶ ଯେ, ସନ୍ତୋଷ ରବିବାର ବିଳମ୍ବିତ ରାତିରେ ବାଇକ୍ ଯୋଗେ ଅନନ୍ତପୁରରୁ ସୋର ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ।
ସନ୍ତୋଷକୁ ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।