Odisha Link
Bridging the Missing Links in Odisha

ବଜେଟ ୨୦୨୧-୨୨: ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୪,୧୮୦ କୋଟି

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆଜି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ ନିଶ୍ଚିତ ଭାବେ ସ୍ୱତନ୍ତ୍ର। କାରଣ ପ୍ରଥମ ଥର ପାଇଁ ବଜେଟ ଦସ୍ତାବିଜ ଛପାହୋଇନାହିଁ।

କରୋନା ମହାମାରୀ ଭିତରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟ୍‌ ଉପସ୍ଥାପନ କରିବା ବେଳେ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ କେନ୍ଦ୍ରୀୟ ଯୋଜନା ଘୋଷଣା କରିଛନ୍ତି।

ଦେଶରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଆସନ୍ତା ୬ ବର୍ଷ ପାଇଁ ୬୪,୧୮୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସୀତାରମଣ କହିଛନ୍ତି, ଏହି ଯୋଜନାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ନୂଆ କରି ଆର୍ବିଭାବ ହେଉଥିବା ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ।

ଗ୍ରାମାଞ୍ଚଳରେ ଥିବା ୧୭ ହଜାର ଓ ସହରରେ ଥିବା ୧୧ ହଜାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଯୋଜନାରେ ସହାୟତା ମିଳିବ। ନ୍ୟାଶନାଲ ହେଲଥ ମିଶନରେ ଏହା ଆଉ ଏକ ନୂଆ ଯୋଜନା ଭାବେ ସାମିଲ ହେବ।

୨୦୨୧-୨୦୨୨ରେ ଭାରତ ସରକାର କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଦେବେ। ବର୍ତ୍ତମାନ ଭାରତରେ ଦୁଇଟି କରୋନା ଟିକା ମିଳୁଥିବା ବେଳେ ଖୁବଶୀଘ୍ର ଆଉ ଦୁଇଟି ଭାରତ ନିର୍ମିତ ଟିକା ମିଳିବ।

Comments are closed.