Odisha Link
Bridging the Missing Links in Odisha

ବୃଦ୍ଧି ହେବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବୃଦ୍ଧି ହେବ ପେଟ୍ରୋଲ ଓ ଡିଜେଲର ଦର।ଆଜି ବଜେଟ୍‌ରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ ହେବ ବୋଲି ବ୍ୟବସ୍ଥା କରାଯାଇଛି। କୃଷି ସେସ୍‌ ଲାଗିବାକୁ ଥିବାରୁ ତୈଳ ଦର ଆହୁରି ମହଙ୍ଗା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯିବ। ପେଟ୍ରୋଲ ଉପରେ ଲିଟର ପିଛା ୨.୫୦ ଟଙ୍କାର କୃଷି ସେସ୍‌ ଲାଗିବାକୁ ଥିବା ବେଳେ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କାର ସେସ୍‌ ଲଗାଯିବ।

ତୈଳ ଦର ଉପରେ କୃଷି ସେସ୍‌ ଲାଗୁ କରାଯାଇଥିଲେ ହେଁ ସରକାର ମୂଳ ଅବକାରୀ ଶୁଳ୍କ ଓ ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବାଦ ଅର୍ଥକୁ ହ୍ରାସ କରିଛନ୍ତି। ତେଣୁ ଲୋକଙ୍କ ଉପରେ କୃଷି ସେସ୍‌ ବାବାଦ ଅର୍ଥ ଅଧିକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ସହରାଞ୍ଚଳରେ ପେଟ୍ରୋଲ ଲିଟର ପାଇଁ ଏଣିକି ମୂଳ ଅବକାରୀ ଶୁଳ୍କ ୧.୪ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୧.୮ ଟଙ୍କାର ଦେବାକୁ ପଡ଼ିବ। ସେହିପରି ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବଦରେ ସହରାଞ୍ଚଳ ଲୋକଙ୍କୁ ଲିଟର ପିଛା ପେଟ୍ରୋଲ ବାବଦରେ ୧୧ ଟଙ୍କା ଓ ଡିଜେଲ ପାଇଁ ୮ ଟଙ୍କା ଦେବାକୁ ପଡ଼ିବ।

Comments are closed.