Odisha Link
Bridging the Missing Links in Odisha

ଗୋରୁ ଗାଡ଼ି ଓଲଟି ୩ ମୃତ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି ।

ଏହାଛଡା ୩୫ ରୁ ଅଧିକ ଗୋରୁଙ୍କ ମୃତ୍ରୁ ହୋଇଛି । ପ୍ରାକାଶ ଯେ, ଗୋରୁ ବୋଝେଇ ଟ୍ରକ-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଭାରସାମ୍ୟ ହରାଇ ଟ୍ରକଟି ନୟନଯୋଡିକୁ ଖସି ପଡିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଟ୍ରକ ତଳେ କିଛି ବ୍ୟକ୍ତି ଚାପି ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯଇଛନ୍ତି। ଖବର ପାଇ ବସ୍ତା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.