Odisha Link
Bridging the Missing Links in Odisha

ମା’କୁ ମାରିଲା ମଦ୍ୟପ ପୁଅ

ସୋର: ମଦ ପିଇ ମାକୁ ମାରିଲା ପୁଅ। ଏହି ଅଭାବନୀୟ ଘଟଣାଟି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମିରିପୁର ଖଇରା ଗାଁରେ ଘଟିଛି। ମୃତକଙ୍କ ନାମ ମଣି ଶିଅଳ ବୋଲି ଜଣାପଡିଛି।

ପ୍ରକାଶ ଯେ ,ଗତ କାଲି ବିଳମ୍ବିତ ରାତିରେ ଖଇରା ଗାଁର ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ସିଅଳ ମଦ ପିଇ ଘରକୁ ଫେରିଥିଲା। ତାପରେ ମାଆ ମଣି ସିଅଳଙ୍କ ସହିତ ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତିତର୍କରେ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ଠେଙ୍ଗା ଓ କତାରେ ବାପା-ଭଉଣୀଙ୍କୁ ଆକ୍ରମଣ କରିଥିଲା।

ବାପା-ଭଉଣୀ ଭୟଭୀତ ହୋଇ ଘର ବାହାରକୁ ଦୌଡି ଆସିଥିଲେ। ଏହାପରେ ଜଗବନ୍ଧୁ ନିଜ ମାଆକୁ ଆକ୍ରଣ କରିଥିଲା। ଯାହାଫଳରେ କି ମାଆ ମଣି ସିଅଳଙ୍କ ମୃତ୍ୟୁ ହୋଇଯାଇଛି।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିଲା। କିନ୍ତୁ ଗ୍ରାମବାସୀମାନେ ଅଭିଯୁକ୍ତ ପୁଅ ଜଗବନ୍ଧୁକୁ କାବୁ କରିଥିଲେ , ଏବଂ ବାନ୍ଧି ମଧ୍ୟ ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

Comments are closed.