Odisha Link
Bridging the Missing Links in Odisha

ଆଜିଠୁ ବଜେଟ ଅଧିବେଶନ: ଲାଗିଲା ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁ ରାସ୍ତାରେ ଯିବେ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନ। ଗତ ବିଧାନସଭା ଅଧିବେଶନରେ ତିନି ତିନୋଟି ଆତ୍ମାହୁତି ଉଦ୍ୟମ ଘଟଣା ଘଟିଥିଲା। ଯାହାକୁ ନେଜରରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ୍‌ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ଆଜିଠୁ ବିଧାନସଭା ଅଧିନେବେଶନର ସମସ୍ତ କାର୍ଯ୍ୟଦିବସ ଗୁଡ଼ିକରେ ଲାଗୁ ହେବ।

କମିଶନରେଟ୍‌ ପୁଲିସ ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତି ଅନୁସୋରେ ହାଉସିଂ ବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ। ସେହିପରି ଏଜି ଛକରୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଗାନ୍ଧି ପାର୍କ ରାସ୍ତାରେ ଯାତ୍ରୀ ଯିବେ ବୋଲି ସୂଚନା ରହିଛି।

ସେହିପରି ମାଷ୍ଟର କ୍ୟାଣ୍ଟିନ ପଟୁ ଲୋଏର ପିଏମଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଉପର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ପାୱାର ହାଉସ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି କମିଶନରେଟ୍‌ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

Comments are closed.